ଔପଦା:ଅଣ ଅନୁଦାନ ପ୍ରାପ୍ତ ଅଧ୍ୟାପକ ,ଅଧ୍ୟାପିକା ଓ କର୍ମଚାରୀ ସଂଘ ର କଲେଜ ଗେଟ ସମ୍ମୁଖରେ ଧାରଣା

(ଔପଦା ରୁ ଆସୋତୋଷ ପଣ୍ଡା ଙ୍କ ରିପୋର୍ଟ)ବାଲେଶ୍ଵର ଜିଲାର ଅନ୍ୟତମସୁନାମଧନ୍ୟ ଔପଦା ମହାବିଦ୍ୟାଳୟରେ
୨୦୦୮ ରୁ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ଵାରା ନିଯୁକ୍ତ ଅଧ୍ୟାପିକା ଓ କର୍ମଚାରୀ ମାନେ ସ୍ଵଳ୍ପ
ପାରିଶ୍ରମିକରେ ପରିବାର ପୋଷଣ
ସାହାଯ୍ୟ
କରୁଛନ୍ତି। ଏଥିପାଇଁ ସ୍ଵତନ୍ତ୍ର
ସରକାରୀ ଆଦେଶ ପ୍ରକାଶ କରି
ସେମାନଙ୍କୁ ସରକାରୀ କର୍ମଚାରୀ
ମାନ୍ୟତା ପାଇଁ ସରକାରଙ୍କୁ
ବାରମ୍ବାର ଜଣାଇ ଆସୁଥିଲେ
ହେଁ ସରକାର ଟାଳଟୁଳ ନିତି ଅବଲମ୍ବନ କରୁଛନ୍ତି । ପ୍ରତିବାଦରେ ରାଜ୍ୟ ଅଣଅନୁଦାନ ପ୍ରାପ୍ତ
କର୍ମଚାରୀ ସଂଘର ଆହ୍ୱାନ କ୍ରମେ ଏହି ମହାବିଦ୍ୟାଳୟରେ ଉପରୋକ୍ତ ସମୟ ମଧ୍ୟରେ ନିଯୁକ୍ତ
୮ଜଣ କର୍ମଚାରୀ ସୋମବାର ଦିନ ମହବିଦ୍ୟାଳୟ ଗେଟ ସମ୍ମୁଖରେ ଧାରଣାରେ ବସିଥିଲେ।
ସେମାନଙ୍କର ଦାବି ପୂରଣ ନହେବା ଯାଏ ଏହି ଧାରଣା ଚାଲିବ ବୋଲି କର୍ମଚାରୀ ମାନେ ପ୍ରକାଶ
କରିଛନ୍ତି। କାର୍ଯ୍ୟରତ ଅଧ୍ୟାପିକା ଓ କର୍ମଚାରୀ ବନିସା ମୁଦୁଲି, ସବିତା ମହାରଣା, ପୁଷ୍ପାଞ୍ଜଳି ବିଶ୍ୱାଳ, ରଞ୍ଜିତା ପଲେଇ, ଜିତେନ୍ଦ୍ର ରାଉତ, ନୀଳ ଶୈଳ ବିଶ୍ୱାଳ, ବିଚିତ୍ରା ନନ୍ଦ ପରିଡା ପ୍ରମୁଖ ମହାବିଦ୍ୟାଳୟ ସମ୍ମୁଖ ରେ ଧାରଣାରେ ସାମିଲ ହୋଇଥିଲେ ।

Leave a Comment