
ବାଲେଶ୍ଵର(ଅଭୟ ନ୍ୟୁଜ ଓଡିଶା) ଉଚ୍ଚ ଶିକ୍ଷା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ନେଇ ତେଜୁଛି ଅସନ୍ତୋଷ ।ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ବାଲେଶ୍ବର ଜିଲ୍ଲାର ଔପଦା ବ୍ଲକ୍ ଔପଦା ଡିଗ୍ରୀ ମହାବିଦ୍ୟାଳୟ ରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମ ଜିଲ୍ଲାର ଜିଲ୍ଲା ସଂଯୋଜକ ସୁବାଷ ଚନ୍ଦ୍ର ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ତଥା ଔପଦା ଖଣ୍ଡର ଖଣ୍ଡ ସଂଯୋଜିକା ବନିସା ମୁଦୁଲି ପୋୖରହିତ୍ୟ କରିଥିବା ବେଳେ କାର୍ଯ୍ୟକ୍ରମ ରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ପ୍ରସାଦ ବାରିକ ଅଂଶ ଗ୍ରହଣ କରି ମନ୍ତ ମନ୍ତ୍ୟବ ପ୍ରଦାନ କରିଥିଲେ । ୦୧/୦୬/୨୦୦୮ରୁ ୦୧/୦୬/୨୦୧୮ ମସିହା ମଧ୍ୟରେ ରାଜ୍ୟର ବିଭିନ୍ନ ବେସରକାରୀ ମହାବିଦ୍ୟାଳୟ ରେ ନିଯୁକ୍ତି ପାଇଥିବା କର୍ମଚାରୀ ଙ୍କୁ ସରକାର ଶୀଘ୍ର ଅନୁଦାନ ପ୍ରଦାନ କରନ୍ତୁ ବୋଲି ଶ୍ରୀଯୁକ୍ତ ବାରିକ ମତାମତ ରଖିଥିଲେ।ଏ ନେଇ ସଂଘ ୪୯୭ ଦିନ ଗାନ୍ଧୀ ମାର୍ଗ ନିର୍ଧାରିତ ଧାରଣା ସ୍ଥଳରେ ଅହୋରାତ୍ର ଧାରଣା ଦେଇସାରିଛନ୍ତି ,ଅନେକ ମହାସମାବେଶ, ଦସ୍ତଖତ ଅଭିଯାନ ଓ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅନୁଦାନ ନିମିତ୍ତ ଦାବି କରିଆସିଥିଲେ । ବିଭିନ୍ନ ସମୟରେ ସଂଘ ସରକାରଙ୍କୁ ବିଭିନ୍ନ ମାଧ୍ୟମରେ ଅବଗତ କରାଇ ଆସୁଥିଲେ ମଧ୍ୟ ସରକାର ଏଥିପ୍ରତି ତ୍ୱରିତ ପଦକ୍ଷେପ ଗ୍ରହଣ କରୁନଥିବାରୁ ସଂଘର ସଦସ୍ୟ ମାନେ ଦୁଃଖ ପ୍ରକାଶ କରିଥିଲେ।ଶ୍ରୀଯୁକ୍ତ ବାରିକ ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କୁ ଅନୁରୋଧ କରିଥିଲେ ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଏ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରି ଅନୁଦାନ ନିମିତ୍ତ ନୀତିଗତ ନିଷ୍ପତ୍ତି ନେବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ସଂଘର ସକ୍ରିୟ ସଦସ୍ୟ ସବିତା ମହାରଣା, ପୁଷ୍ପାଞ୍ଜଳି ବିଶ୍ଵାଳ, ରଞ୍ଜିତା ପଲେଇ, ଜିତେନ୍ଦ୍ର ରାଉତ, ବିଚିତ୍ରାନନ୍ଦ ପରିଡ଼ା ଏବଂ ନୀଳଶୈଳ ବିଶ୍ଵାଳ ପ୍ରମୁଖ ଯୋଗଦେଇ ଥିଲେ।
