(ଔପଦା ରୁ ଆଷୋତୋଶ ପଣ୍ଡା ଙ୍କ ରିପୋର୍ଟ )ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ଙ୍କ ବିୟୋଗରେ ଔପଦା ବଜାର ନିକଟସ୍ଥ ଦୁର୍ଗାମଣ୍ଡପ ପ୍ରାଙ୍ଗଣରେ ସନ୍ଧ୍ୟାରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି |ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରତାପଚନ୍ଦ୍ର ଦାସ ଙ୍କ ସଭାପତିତ୍ୱରେ ବିଭିନ୍ନ ବର୍ଗର ବ୍ୟକ୍ତି ଶୋକ ସଭାରେ ସାମିଲ ଥିଲେ |ବରିଷ୍ଠ ଆଇନଯିବି ପୂର୍ବତନ ବ୍ଲକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ ମନମୋହନ ସିଂ ଙ୍କ ବିୟୋଗରେ ଦେଶରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା, ସେ ଜଣେ ସରଳ,ନିଷ୍କପଟ ବ୍ୟକ୍ତିତ୍ୱ ସହ ଅର୍ଥମନ୍ତ୍ରୀ, ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର, ମହାଜ୍ଞାନୀ ସହ ଅର୍ଥନିତିଜ୍ଞ ଥିଲେ ବୋଲି କହିଥିଲେ |ଶିକ୍ଷାବିତ ଅନ୍ତର୍ଜାମୀ ନାୟକ, ଶୁଭେନ୍ଦୁ କୁମାର ପଣ୍ଡା, ରମାକାନ୍ତ ମହାପାତ୍ର, ଆଇନଯିବି ଅଜୟ ପଟ୍ଟନାୟକ, ଅନନ୍ତ ପ୍ରସାଦ ପଣ୍ଡା, ମନୋଜ ଦାଶ, ପୂର୍ବତନ ସରପଞ୍ଚ ଉଦୟ କୁମାର ସ, କବି ସୁକୁମାର ଦାଶ, ସମାଜସେବୀ ହରିହର ଦାଶ, ଭାସ୍କର ଖିଲାର, ଗଜେନ୍ଦ୍ର ଗିରି ପ୍ରମୁଖ ବକ୍ତବ୍ୟ ରଖି ସ୍ବର୍ଗତ ସିଂହ ଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ |
